ସେଣ୍ଟ ଜାଭିୟର ଖଣ୍ଡଗିରିର ଛାତ୍ରଛାତ୍ରୀଙ୍କ ଉତ୍କୃଷ୍ଟ ସଫଳତା

ଭୁବନେଶ୍ୱର,: ସେଣ୍ଟ ଜାଭିୟର ଖଣ୍ଡଗିରିର ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ଚଳିତ ଶିକ୍ଷାବର୍ଷ ୨୦୨୫-୨୬ ରେ ଉତ୍କୃଷ୍ଟ ଫଳାଫଳ ଲାଭ କରି ବିଦ୍ୟାଳୟ ର ଗୌରବ ବଢ଼ାଇଛନ୍ତି। ଏହି ପରୀକ୍ଷା ରେ ମୋଟ ୨୪୪ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ବିଦ୍ୟାଳୟର ଦୃଢ଼ ଶିକ୍ଷାଗତ ପ୍ରଦର୍ଶନ କୁ ପ୍ରଦର୍ଶିତ କରିଛନ୍ତି।

ବିଦ୍ୟାଳୟ ର ସଫଳତା ର ଶୀର୍ଷରେ ରହି ଐଶ୍ବର୍ୟା ସାମଲ ୯୯.୮% ମାର୍କ ରଖିଥିବା ବେଳେ ଶ୍ରୀୟା ସୁମନ ପଣ୍ଡା ଏବଂ ସ୍ୱେତାସ୍ଵିନୀ ପାଣିଗ୍ରାହୀ ୯୯.୨% ନମ୍ବର ସହିତ ଦ୍ୱିତୀୟ ସ୍ଥାନ ରେ ରହିଛନ୍ତି।

ଏହା ସହିତ ଦେବାଂଶୀ ନାୟକ ୯୯% ରଖି ତୃତୀୟ ସ୍ଥାନ ରେ ରହିଛନ୍ତି। ବିଭିନ୍ନ ବିଷୟରେ ଅନେକ ଛାତ୍ରଛାତ୍ରୀ ୧୦୦% ନମ୍ବର ହାସଲ କରିଥିବା ବେଳେ, ୧୦୭ ଜଣ ଛାତ୍ରଛାତ୍ରୀ ୯୦% ଓ ଟା ଠାରୁ ଅଧିକ ନମ୍ବର ପାଇଛନ୍ତି।

ବିଦ୍ୟାଳୟ ସେକ୍ରେଟେରୀ ଶ୍ରୀ ବିବେକ ଭୂୟାର, ବିଦ୍ୟାଳୟ ପରିଚାଳନା ମଣ୍ଡଳୀ ର ଅନୁରାଧା ମାଡାମ୍ ଏବଂ ଅଧ୍ୟକ୍ଷା ସଞ୍ଜିତା ଷଡ଼ଙ୍ଗୀ ଓ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ମଣ୍ଡଳୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *