‘ଲୋକସେବା ଭବନରେ ରିଲ୍ସ କଲେ ଆକ୍ସନ୍, ଗାଇଡଲାଇନ୍ ଆଣିବ ଗୃହ ବିଭାଗ’

ଭୁବନେଶ୍ଵର, ୦୨/୦୧ : ଲୋକସେବା ଭବନରେ ରିଲ୍ସ ନେଇ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ଉଦବେଗ। ଖୁବଶୀଘ୍ର ଗୃହ ବିଭାଗ ଆଣିବ ଗାଇଡଲାଇନ୍। ଆଇନ ମନ୍ତ୍ରୀ କହିଛନ୍ତି ଯେ, ଲୋକସେବା ଭବନରେ ରିଲ୍ସର କୌଣସି ଆବଶ୍ୟକତା ନାହିଁ। ଆଗକୁ ଏନେଇ ଲୋକସେବା ଭବନ ସୁରକ୍ଷାକର୍ମୀଙ୍କୁ ତାଗିଦ୍ କରାଯିବ। ରିଲ୍ସ ହେଉଥିଲେ ଲୋକସେବା ଭବନ ସୁରକ୍ଷାକର୍ମୀ ଓ ପୁଲିସ ପଦକ୍ଷେପ ନେବେ। 

ରିଲ୍ସ ନେଇ ଆଇନ ମନ୍ତ୍ରୀ କହିଛନ୍ତି ଯେ, ମୋ ନଜରକୁ ସେଭଳି କିଛି ଆସିନାହିଁ। ଲୋକସେବା ଭବନରେ ରିଲ୍ସ କରିବା ଠିକ୍ କଥା ନୁହେଁ। ଏଠାକାର କର୍ମଚାରୀ ହୁଅନ୍ତୁ କି ବାହାର ଲୋକ, ଲୋକସେବା ଭବନରେ ରିଲ୍ସ ମନା। ଏଠାରେ ରିଲ୍ସର କୌଣସି ଆବଶ୍ୟକ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। 

ନୂଆବର୍ଷରେ ଲୋକସେବା ଭବନରେ କିଛି କର୍ମଚାରୀ ରିଲ୍ସ କରୁଥିବା ନଜରକୁ ଆସିଥିଲା। ଯାହାକୁ ନେଇ ବିଭିନ୍ନ ଚର୍ଚ୍ଚା ଆଲୋଚନା ହୋଇଥିଲା। ଏନେଇ ଆଇନ ମନ୍ତ୍ରୀ ଏବେ ତାଗିଦ୍ କରିଛନ୍ତି। 

Leave a Reply

Your email address will not be published. Required fields are marked *