କାନ୍ଧ ଅସ୍ତ୍ରୋପଚାରରେ ସଫଳତା ପୂର୍ବ ଭାରତର ପ୍ରଥମ ପ୍ରକାର ଆର୍ଥୋସ୍କୋପିକ ବାଇଓଲୋଜିକାଲ ଅଗମେଂଟେସନ ପଦ୍ଧତି ଡ. ସାର୍ଥକ ପଟ୍ଟନାୟକଙ୍କ ଦ୍ୱାରା ସଫଳ ହୋଇଛି

ଭୁବନେଶ୍ୱର, : ମିନିମାଲି ଇନଭାସିଭ ଅସ୍ଥିଶଲ୍ୟ ଚିକିତ୍ସା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉନ୍ନତି, ଡ.ସାର୍ଥକ ପଟ୍ଟନାୟକ ଭୁବନେଶ୍ୱରର ଜଣେ ଅଗ୍ରଣୀ ଅସ୍ଥିଶଲ୍ୟ ଓ କ୍ରୀଡ଼ା ଔଷଧ ବିଶେଷଜ୍ଞ ମାନବ ଡରମାଲ ଆଲୋଗ୍ରାଫ୍ଟ ବ୍ୟବହାର କରି ଏକ ଜଟିଳ ଅର୍ଥୋସ୍କୋପିକ କାନ୍ଧ ଅପୂରଣୀୟ ରୋଟେଟର କଫ ବିୟର ସଫଳତାର ସହ ସଂପାଦନ କରିଛନ୍ତି, ଯାହା ପୂର୍ବ ଭାରତରେ ଏହାର ପ୍ରଥମ ପ୍ର୍ରକ୍ରିୟା ଅଟେ।

ଏହି ଅସ୍ତ୍ରୋପଚାର ଗୁରୁତର ରୋଟେଟର କଫ ବିୟରରେ ପୀଡ଼ିତ ଜଣେ ୬୪ ବର୍ଷିୟ ରୋଗୀଙ୍କ ଉପରେ କରାଯାଇଥିଲା। ବର୍ତମାନ ଚିକିତ୍ସା ପଦ୍ଧତିରେ କାନ୍ଧ ପ୍ରତିସ୍ଥାପନ ଚିକିତ୍ସା ବିକଳ୍ପ ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ। ଡ. ପଟ୍ଟନାୟକଙ୍କ ଦ୍ୱାରା କରାଯାଇଥିବା ଏହି ସ୍ୱତନ୍ତ୍ର ପ୍ରକ୍ରିୟାରେ ଛିଡ଼ି ଯାଇଥିବା ଟେଣ୍ଡନର ଅର୍ଥୋସ୍କୋପିକ ମରାମତି ଅନ୍ତର୍ଭୁକ୍ତ ଥିଲା, ଯାହା ସଂରଚନାତ୍ମକ ସମର୍ଥନକୁ ବୃଦ୍ଧି କରିବା ଏବଂ ପ୍ରାରମ୍ଭିକ ଓସିଓ ଇଂଟିଗ୍ରେସନ ଦ୍ୱାରା ଦ୍ରୁତ ଆରୋଗ୍ୟକୁ ପ୍ରୋତ୍ସାହିତ କରିବା ଲାଗି ମାନବ ଡରମାଲ ଆଲୋଗ୍ରାଫ୍ଟ ସହ ସଶକ୍ତ ଏବଂ ବୃଦ୍ଧି କରାଯ।।ଇଥିଲା ଏବଂ ଏହା ଦ୍ୱାରା ସମଗ୍ର ଖଞ୍ଜା ସଂରକ୍ଷଣ କରାଯାଇଥିଲା।

ଏହି ପଦ୍ଧତି କାନ୍ଧ ଅସ୍ତ୍ରୋପଚାରରେ ଏକ ଗୁରୁତ୍ୱପୂର୍ଣ୍ଣ ବିକାଶକୁ ପ୍ରତିନିଧିତ୍ୱ କରେ ବିଶେଷ କରି ଖରାପ ଟିସୁ ବା ବଡ଼ ସମସ୍ୟା ଥିବା ରୋଗୀଙ୍କ ପାଇଁ। ଏ ସଂପର୍କରେ ଡ.ପଟ୍ଟନାୟକ କହିଛନ୍ତି ଯେ ମାନବ ଡରମାଲ ଆଲୋଗ୍ରାଫ୍ଟ ସହ ଅର୍ଥୋସ୍କୋପିକ ଜୈବିକ ବୃଦ୍ଧି ଆମପାଇଁ ଏକ ଚ୍ୟାଲେଂଜ ଥିଲା। କ୍ଷତିଗ୍ରସ୍ତ ଟିସୁର ମରାମତିକୁ ସୁଦୃଢ କରିବା ଦ୍ୱାରା ଆରୋଗ୍ୟ ସମ୍ଭାବନା ଓ କାର୍ଯ୍ୟକାରୀତାକୁ ଉନ୍ନତ କରିବ।

ଆଭାନା ମାନବ ଡରମାଲ ଆଲୋଗାଫ୍ଟକୁ ଯଥା ସମୟରେ କାର୍ଯ୍ୟକାରୀ କରି ଏହି ଐତିହାସିକ କେସକୁ ସମର୍ଥନ କରିଥିବାରୁ ଗର୍ବିତ, ଆଭାନା ମେଡିକାଲ ଡିଭାଇସ ପ୍ରା ଲିମିଟେଡର ପରାଚାଳନା ନିର୍ଦ୍ଦେଶକ ପି ସୁନ୍ଦରରାଜନ କହିଛନ୍ତି। ଆମର ଲକ୍ଷ୍ୟ ହେଉଛି ଆନ୍ତର୍ଜାତୀୟ ନବ ସୃଜନ ଓ ଭାରତୀୟ କ୍ଲିନିକାଲ ଆବଶ୍ୟକତା ମଧ୍ୟରେ ପାର୍ଥକ୍ୟକୁ ପୂରଣ କରିବା, ତେଣୁ ବିଳମ୍ବ ନକରି ରୋଗୀମାନେ ଏହି ସମାଧାନରୁ ସୁରକ୍ଷା ପାଇପାରିବେ। ବୟସ୍କ ରୋଗୀଙ୍କ ଖଞ୍ଜା ପ୍ରତିସ୍ଥାପନକୁ ଏଡାଇବା ଆବଶ୍ୟକ। ଡାକ୍ତରମାନେ ରୋଗୀଙ୍କୁ ଚିକିତ୍ସା ପାଇଁ ନୂତନ ପ୍ରଯୁକ୍ତିବିଦ୍ୟା ପ୍ରଚଳନ କରିବାକୁ ଆମେ ଗର୍ବିତ।

ରୋଗୀ ଅସ୍ତ୍ରୋପଚାର ପରେ ଦ୍ରୁତ ଆରୋଗ୍ୟ ହୋଇଛନ୍ତି, ୨୪ ଘଂଟା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା ଏବଂ ଗତିଶୀଳତା ଓ ଦୈନନ୍ଦିନ କାର୍ଯ୍ୟରେ ତାଙ୍କର ଉଲ୍ଲେଖନୀୟ ପରିବର୍ତନ ଆସିଛି ବୋଲି ରିପୋର୍ଟ କରିଛନ୍ତି।
ରୋଟେଟର କଫ ମରାମତି ବ୍ୟତୀତ ଏଚଏଡି ବ୍ୟବହାର କରି ସମାନ ବୃଦ୍ଧି କୌଶଳ ଗୁଡ଼ିକୁ ସୁପରିୟର କ୍ୟାପସୁଲ ପୁନଃନିର୍ମାଣ, କାନ୍ଧ ଓ ନିମ୍ନ ଅଙ୍ଗରେ ଟେଣ୍ଡନ ଦୃଢୀକରଣ ଏବଂ ଜଟିଳ ନରମ ଟିସୁ ମରାମତି ଭଳି ପ୍ରକ୍ରିୟାରେ ଅନୁସନ୍ଧାନ କରାଯାଇଛି।

Leave a Reply

Your email address will not be published. Required fields are marked *