ମଣିପାଲ୍‌ ହସ୍ପିଟାଲ ଭୁବନେଶ୍ୱରର ହୃଦୟ ଆରୋଗ୍ୟ ରଥଲୋକଙ୍କୁ ହୃଦ୍‌‌ରୋଗ ସମ୍ପର୍କରେ କରିବ ସଚେତନ

ଭୁବନେଶ୍ୱର, : ଓଡ଼ିଶାର ଲୋକପ୍ରିୟ ହସ୍ପିଟାଲ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଆରମ୍ଭ ହୋଇଛି “ହୃଦୟ ଆରୋଗ୍ୟ ରଥ”ଅଭିଯାନ । ଏହି ରଥ ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାର ହୃଦ୍‌୍‌ରୋଗର କାରଣ, ଲକ୍ଷଣ ଏବଂ ପ୍ରତିକାର ସମ୍ପର୍କରେ କରିବ ସଚେତନ । ସେପ୍ଟେମ୍ବର ୨୩ରୁ ୨୯ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଭିଯାନକୁ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଫ୍ଲାଗ ଅଫ୍ କରି ଉଦ୍‌୍‌ଘାଟନ କରିଥିଲେ । ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ଏହି ପଦକ୍ଷେପକୁ ମେୟର ସୁଲୋଚନା ଦାସ ପ୍ରଶଂସା କରିବା ସହିତ ହସ୍ପିଟାଲର ବିଭିନ୍ନ ଜନସଚେତନତା ମୂଳକ ଓ ଜନମଙ୍ଗଳକାରୀ କାର୍ଯ୍ୟକ୍ରମ ପାଇଁ ଶୁଭେଚ୍ଛା ଦେଇଥିଲେ ।
ପ୍ରଥମ ଥର ମଣିପାଲ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଏକ ସଚେତନ ରଥ ଭୁବନେଶ୍ୱର ସମେତ ଖୋର୍ଦ୍ଧା, କଟକ ଓ ପୁରୀର ବିଭିନ୍ନ ଜନଗହିଳପୂର୍ଣ୍ଣ ସ୍ଥାନ ଗୁଡ଼ିିକରେ ପରିକ୍ରମା କରି ଲୋକଙ୍କୁ କରିବ ସ୍ୱାସ୍ଥ୍ୟ ସଚେତନ । ଏହା ସହିତ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ବିଜେତାଙ୍କୁ ଆକର୍ଷଣୀୟ ପୁରସ୍କାର ଦେବା ଭଳି ବ୍ୟବସ୍ଥା ରହିଛି ।
ଏହି ଅଭିଯାନ ସମ୍ପର୍କରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ଡାଇରେକ୍ଟର ଡାକ୍ତର ଶକ୍ତିମୟ ମହାପାତ୍ର କହିଛନ୍ତି, “ବିଶ୍ୱ ହୃଦୟ ଦିବସ ଅବସରରେ ଆମେ ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାର ହୃଦ୍‌୍‌ରୋଗ ସମ୍ପର୍କରେ ସଚେତନ କରିବା ଲକ୍ଷ୍ୟରେ “ହୃଦୟ ଆରୋଗ୍ୟ ରଥ” ଅଭିଯାନ ଆରମ୍ଭ କରିଛୁ । ପ୍ରାଥମିକ ସ୍ତରରେ ଖୋର୍ଦ୍ଧା, କଟକ ଓ ପୁରୀ ଲୋକଙ୍କୁ ସଚେତନ କରିବୁ ଏବଂ ପରବର୍ତ୍ତୀ ସମୟରେ ଏହାକୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟ କରାଯିବ । ଓଡ଼ିଶାର ସମସ୍ତ ଜିଲ୍ଲବାସୀଙ୍କୁ ହୃଦ୍‌୍‌୍‌ରୋଗର କାରଣ, ଲକ୍ଷଣ, ଓ ପ୍ରତିକାର ସମ୍ପର୍କରେ ସଚେତନ କରାଇବା ମଣିପାଲ ହସ୍ପିଟାଲସ୍‌୍ ଭୁବନେଶ୍ୱରର ଲକ୍ଷ୍ୟ । କାରଣ ଆମେ ସ୍ୱାସ୍ଥ୍ୟ ସଚେତନ ହୋଇପାରିଲେ ବିଭିନ୍ନ ପ୍ରକାର ହୃଦ୍‌୍‌୍‌୍‌ରୋଗ ଠାରୁ ସୁରକ୍ଷିତ ରହିପାରିବା”
ଏହି ଜନସଚେତନତା କାର୍ଯ୍ୟକ୍ରମରେ ମଣିପାଲ ହସ୍ପିଟାଲର ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡାକ୍ତର ଯଯାତି କେଶରୀ ପାଢ଼ୀ , ଡାକ୍ତର ଲିଙ୍ଗରାଜ ନାଥ,ଡାକ୍ତର ମହେଶ ପ୍ରସାଦ ଅଗ୍ରୱାଲ୍‌,ଡାକ୍ତର ଦିବ୍ୟରଞ୍ଜନ ବେହେରା,ଡାକ୍ତର ପ୍ରଦୀପ କୁମାର ଦାଶଙ୍କ ସମେତ ବରିଷ୍ଠ ହୃଦଶଲ୍ୟ ବିଶେଷଜ୍ଞ ଡାକ୍ତର ଜିତେନ୍ଦ୍ର ନାଥ ପଟ୍ଟନାୟକ,ଡାକ୍ତର ବିଶ୍ୱଜିତ ମହାପାତ୍ରଙ୍କ ସମେତ ମଣିପାଲ୍ ହସ୍ପିଟାଲର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *