ଅଞ୍ଜଳି ଏଣ୍ଟରପ୍ରାଇଜେସ୍, ଭୁବନେଶ୍ୱର ମେଗା ସର୍ଭିସ୍ କ୍ୟାମ୍ପ ଓ ନିଃଶୁଳ୍କ ଦାନ୍ତ ପରୀକ୍ଷା କ୍ୟାମ୍ପ ଉଦଘାଟିତ

ଦେଶର ଅଗ୍ରଣୀ ଅଟୋ ରିକ୍ସା ନିର୍ମାତା ଗ୍ରୀଭସ୍ ଇଲେକ୍ଟ୍ରିକ୍ ମୋବିଲିଟି ପ୍ରାଇଭେଟ ଲିମିଟେଡ଼ ର ଅଧିକୃତ ବିକ୍ରେତା ଅଞ୍ଜଳି ଏଣ୍ଟରପ୍ରାଇଜେସ୍ ରସୁଲଗଡ, ଭୁବନେଶ୍ୱର ସ୍ଥିତ ଶୋ’ରୁମ୍ରେ ତିନି ଦିନିଆ ମେଗା ସେବା ଶିବିର ଉଦଘାଟିତ ହୋଇଯାଇଛି।

ଅଞ୍ଜଳି ଏଣ୍ଟରପ୍ରାଇଜେସ୍ ପକ୍ଷରୁ ଆୟୋଜିତ ଏହି ସମାରୋହ କୁ ଶ୍ରୀ ବିନୋଦ କୁମାର ପାଣି ଉଦଘାଟନ କରୀଥିଲେ । ଅଭିଷେକ ପାଣି, ରଶ୍ମି ରଞ୍ଜନ ସ୍ୱାଇଁ ଏବଂ ଗ୍ରୀଭସ୍ ଇଲେକ୍ଟ୍ରିକ୍ର ର ଏରିଆ ସେଲ୍ସ ମ୍ୟାନେଜର ଶ୍ରୀ ପ୍ରବୋଧ କର, ଏରିଆ ସର୍ଭିସ ମ୍ୟାନେଜର ଶ୍ରୀ ସ୍ନେହାଶିଷ ସିଂ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଗ୍ରାହକ ମାନଙ୍କୁ ଉତ୍କୃଷ୍ଟ ସେବା ପ୍ରଦାନ କରିବାକୁ ଅଞ୍ଜଳି ଏଣ୍ଟରପ୍ରାଇଜେସ୍ ସଦାସର୍ବଦା ବଦ୍ଧ ପରୀକର ଥିବା ଗ୍ରୀଭସ୍ ଇଲେକ୍ଟ୍ରିକ୍ର ଅଧିକାରୀମାନେ କହିଥିଲେ।
ଏହି ସମାରୋହରେ ଗାଡି ବୁକିଂ ଉପରେ ନିଶ୍ଚିତ ଉପହାର ର ମଧ୍ୟ ବ୍ୟବସ୍ଥା କରାଯାଇଥିଲା. ଏହା ସହିତ ସମସ୍ତ ଗ୍ରାହକ ମାନଙ୍କୁ ନିଃଶୁଳ୍କ ଦାନ୍ତ ପରୀକ୍ଷା ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

Leave a Reply

Your email address will not be published. Required fields are marked *