ଏୟାରଟେଲ ପରିଚାଳିତ ନେକ୍ସଟ୍ରା ଦ୍ୱାରା ଏଫୱାଇ ୨୩-୨୪ ସ୍ଥାୟିତ୍ୱ ରିପୋର୍ଟ ଉନ୍ମୋଚନ

ଗୁରୁଗ୍ରାମ (ଇଣ୍ଡିଆ), ଅଗଷ୍ଟ ୨୨, ୨୦୨୪: ନେକ୍ସଟ୍ରା ଡ଼ାଟା ଲିମିଟେଡ଼ (“ଏୟାରଟେଲ ଦ୍ୱାରା ପରିଚାଳିତ ନେକ୍ସଟ୍ରା”), ଭାରତୀ ଏୟାରଟେଲର ଏକ ସହାୟକ ପ୍ରତିଷ୍ଠାନ, ଆଜି ଆର୍ଥିକବର୍ଷ ୨୦୨୩-୨୪ ସ୍ଥାୟିତ୍ୱ ରିପୋର୍ଟ ଦ୍ୱିତୀୟ ସଂସ୍କରଣର ଅନାବରଣ ହୋଈଯାଇଛି ।

ନେକ୍ସଟ୍ରାର ଏହି ରିପୋର୍ଟ ରେ ତାର ସ୍ଥିରତା ତଥା ଯେଉଁ ବିଷୟ ଉପରେ ଆଧିକ ଆଲୋକପାତ କରିଛି ତା ମଧ୍ୟରେ ରହିଛି, ପରିବେଶ , ସାମାଜିକ ତଥା ଶାସନ ରୀତି(ଇଏସଜି) ମାପଦଣ୍ଡ ଇତ୍ୟାଦି । ଭବିଷ୍ୟତ ପ୍ରସ୍ତୁତକାରୀ ନିର୍ମାଣ ପଦକ୍ଷେପ, ଉଚ୍ଚ ଶକ୍ତିଶାଳୀ କାର୍ଯ୍ୟକ୍ଷମତାକୁ ଧରି ରଖିବା ପାଇଁ ଉନ୍ନତ ଜ୍ଞାନ କୌଶଳ ବୈଷୟିକ ତଥା ଡ଼ିଜିଟାଲ ଭିତ୍ତିଭୂମି ପ୍ରତିଷ୍ଠା,୍ନ ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ସେବା ପ୍ରଦାନ ସର୍ବୋପରି ଏସବୁକୁ ଆଧାର କରି ବିକାଶର ଧାରାକୁ ସକ୍ଷମ କରିବା ଇତ୍ୟାଦି ଏହା ହିଁ ହେଉଛି ନେକ୍ସଟ୍ରା ଦ୍ୱାରା ପରିକଳ୍ପିତ ସବିଶେଷ ପଦକ୍ଷେପ ।

ଆଶିଷ ଅରୋରା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଏୟାରଟେଲ ଦ୍ୱାରା ପରିଚାଳିତ ନେକ୍ସଟ୍ରା କହିଛନ୍ତି, “ଭବିଷ୍ୟତର ତଥ୍ୟ ପ୍ରଦାନକାରୀ କେନ୍ଦ୍ର, ଦକ୍ଷ ଭିତ୍ତିଭୂମି ସହିତ ସ୍ଥାୟିତ୍ୱକୁ ଆମର ସକ୍ଷମତାକୁ ନେଇ ସ୍ୱର ମିଳାଇବ । ସମନ୍ୱିତ ଅଭିନବୀକରଣ ଇଏସଜି ପଦକ୍ଷେପ, ଆମର ବ୍ୟବସାୟିକ ମଡ଼େଲ ତଥା ଏହାର କାର୍ଯ୍ୟ ପ୍ରଣାଳୀ ତଥ୍ୟ କେନ୍ଦ୍ର ପ୍ରତିଷ୍ଠା ତଥା ଏହାର କାର୍ଯ୍ୟକାରୀତାକୁ ପ୍ରଥମ ଦିନରୁ ହିଁ ପୂର୍ଣ୍ଣାଙ୍ଗ କରିବାରେ ସକ୍ଷମ ହୋଇପାରିବ ।

ଯେହେତୁ ଆମର ସ୍ଥାୟିତ୍ୱ ରିପୋର୍ଟ ଏହା ଉପରେ ଅଧିକ ଆଲୋକପାତ କରୁଛି ସେଥିପାଇଁ ରହିଥିବା ଆମର ତିନୋଟି ସ୍ଥାୟିତ୍ୱ ମାପଦଣ୍ଡ ତଥା “ପରିବେଶ, ସାମାଜିକ ତଥା ଗଭର୍ଣ୍ଣାସ”ର ରୂପରେଖକୁ ନେଇ ଆମେ ଏଇ ବର୍ଷ ମଧ୍ୟରେ ଏହାକୁ ଆହୁରି ଆଗକୁ ନେବା ସହିତ ଏହାକୁ ଆମର ପ୍ରମୁଖ ଦୃଷ୍ଟିକାରୀ ବିଷୟବସ୍ତୁ ଭାବରେ ଏହା ଉପରେ ଅଧିକ ଆଲୋକପାତ କରିଛୁ।

Leave a Reply

Your email address will not be published. Required fields are marked *